ରାଜ୍ୟସଭାରେ ବିରୋଧୀ ଭୂମିକାରେ ବିଜେଡି । ସଂସଦରେ ବିଜେଡି ସାଂସଦଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ।

414

କନକ ବ୍ୟୁରୋ: ଦୀର୍ଘବର୍ଷ ପରେ ରାଜ୍ୟସଭାରେ ବିଜେଡିର ଭୂମିକାକୁ ନେଇ ଚର୍ଚ୍ଚା । ଲୋକସଭାରେ ବିଜେଡିର ସାଂସଦ ନାହାନ୍ତି ଆଉ ଏବେ ରାଜ୍ୟସଭାରେ ଦଳର ୯ ଜଣ ସାଂସଦ ଅଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନରେ ଦଳର ଏତେ ବଡ ପରାଜୟ ପରେ ରାଜ୍ୟସଭାରେ ଏବେ ବିଜେଡିକୁ ବିରୋଧୀ ଭୂମିକାରେ ଦେଖିବାକୁ ମିଳିଛି ।

  • ସଂସଦରେ ବିରୋଧୀ ଭୂମିକାରେ ବିଜେଡି
  • ରାଜ୍ୟସଭାରେ ଆକ୍ରମଣାତ୍ମକ ଆଭିମୁଖ୍ୟ

ବିଜେଡି ସାଂସଦ ସୁଲତା ଦେଓ ରାଜ୍ୟସଭାରେ ବିଜେପି ବିରୋଧରେ ଗର୍ଜିଛନ୍ତି । ସୁଲତା କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ମିଛ କହିଥିଲେ । ବିଜେପି ହେଉଛି ଜୁମଲା ସରକାର । ସରକାର ଗଢ଼ିଲେ ୬ଦିନ ଭିତରେ ରତ୍ନଭଣ୍ଡାର ଖୋଲିବାକୁ କହିଥିଲେ କିନ୍ତୁ ରତ୍ନଭଣ୍ଡାର ଖୋଲିଲା ନାହିଁ । ରତ୍ନଭଣ୍ଡାର ଚାବି ତାମିଲନାଡୁ ଯିବା କଥା ସେମାନେ କହୁଥିଲେ କିନ୍ତୁ ଗଜପତି ମହାରାଜା କହିଛନ୍ତି ଚାବି ସୁରକ୍ଷିତ ଅଛି। ବିଜେପି କାହିଁକି ମିଛ କହିଲା ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।

ସୋମବାର ବି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଦାବି କରିଥିଲେ । ବନ୍ୟା ବାତ୍ୟା ପ୍ରପୀଡିତ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ବି ଦାବି କରିଥିଲେ । କେନ୍ଦ୍ର ସରକାର ଓଡିଶାର ଦାବିକୁ ଅଣଦେଖା କରୁଥିବା ବି ଅଭିଯୋଗ ଆଣିଥିଲେ । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ବିଜେଡି ଆଭିମୁଖ୍ୟରେ ପରିବର୍ତନ ହେଉଛି ।

ସୂଚନାଯୋଗ୍ୟ ଯେ, ଜୁନ ୨୪ ତାରିଖରେ ବିଜେଡି ସଂସଦୀୟ ଦଳ ବୈଠକ ବସିଥିଲା । ଏଥିରେ ବିଜେଡି ବିରୋଧୀ ଦଳ ଭୂମିକାରେ ରହିବ ବୋଲି ଘୋଷଣା କରିଥିଲା । ପ୍ଲୋର ନୁହେଁ ଓ୍ୱେଲରେ ହଙ୍ଗାମା କରିବ ବୋଲି କହିଥିଲା । ତେଣୁ ଆଗାମୀ ଦିନରେ ବିଜେଡିର ଆଭିମୁଖ୍ୟ ରାଜ୍ୟସଭାରେ ଆହୁରି ଆକ୍ରମଣାତ୍ମକ ହେବା ସ୍ପଷ୍ଟ ହୋଇଛି ।