ଭୁବନେଶ୍ବର ବିଜେଡିରେ ବଡ ଫାଟ: ବିଏମସି କର୍ପୋରେଟର ଦୁଇ ଫାଳ

232

କନକ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମରେ ବଢୁଛି ବିଜେଡି କଳି । ବିଏମସିରେ ଥିବା ବିଜେଡି କର୍ପୋରଟେର ଦୁଇଫାଳ ହୋଇଛି । ଦୁଇଟି ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ପରଷ୍ପର ଉପରେ ବର୍ଷିଛନ୍ତି । ପ୍ରତାପ ଦେବଙ୍କ ଘରେ ଗୋଟିଏ ବୈଠକ ହୋଇଛି । ବୈଠକରେ କର୍ପୋରେଟର ଅମରେଶ ଜେନାଙ୍କ ସହ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଥିଲେ । ଅନ୍ୟପଟେ ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହେବା ସହ ଅମରେଶ ଜେନାଙ୍କ ଉପରେ ବର୍ଷିଛନ୍ତି।

ବିଜେଡି ସରକାର ଯିବା ପରେ ହଠାତ ରାଜଧାନୀ ରାଜନୀତି ଉଷ୍ଣ ହୋଇଛି। ବିଏମସି କର୍ପୋରେଟରଙ୍କ ଭିତରେ ଥିବା ଗୋଷ୍ଠୀ କନ୍ଦଳ ସିଧାସଳଖ ସାମନାକୁ ଆସିଛି। ଗୋଟିଏ ଗୋଷ୍ଠୀର କର୍ପୋରେଟର ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିବାବେଳେ, ଆଉ ଗୋଟିଏ ଗୋଷ୍ଠୀ ଏକ ହୋଟେଲରେ ଏକାଠି ହୋଇଛନ୍ତି। ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ କର୍ପୋରେଟର ଅମରେଶ ଜେନାଙ୍କ ସହ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ଅନ୍ୟପଟେ ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହେବା ସହ ଅମରେଶ ଜେନାଙ୍କ ଉପରେ ବର୍ଷିଛନ୍ତି। ବଡ କଥା ହେଉଛି, ଦୁଇ ଗୋଷ୍ଠୀର କର୍ପୋରେଟର ପରସ୍ପର ବିରୋଧରେ ବର୍ଷିଛନ୍ତି।

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟରଣ ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କର୍ପୋରେଟରଙ୍କ ସହ ବୈଠକ କରୁଥିବାର ଚିତ୍ର ସାମନାକୁ ଆସିଥିଲା। ଏହାକୁ ନେଇ ଅମରେଶ ସିଧାସଳଖ ବିଧାୟକଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ ବିଧାୟକ ପାଲଟା ଦୋଷ ଦେଇଥିଲେ।

ଅମରେଶ, ବିଧାୟକ ଅନନ୍ତ ଜେନାଙ୍କ ଆଡକୁ ଆଗୁଳି ଉଠାଉଥିବାବେଳେ ବିଜେପି ବିଧାୟକ ବାବୁ ସିଂହଙ୍କ ସହ ତାଙ୍କ ଫଟୋକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରଗୋଷ୍ଠୀ। ଭୁବନେଶ୍ବର ବିଜେଡିର ଏହି ଗୋଷ୍ଠୀ କନ୍ଦଳ ପଦାକୁ ଆସିବା ପରେ ଦଳ ପାଇଁ ଏହା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ଏହା ଲାଗି ରହିଲେ ବିଏମସି ମେୟରଙ୍କ ପାଇଁ ମଧ୍ୟ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି।