ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ୭୭ ଜଣ ପୁରୁଷଙ୍କ ପରେ ୫୦ ଜଣ ମହିଳାଙ୍କୁ ବାନ୍ଧିଲା ପୋଲିସ

235

କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳାଙ୍କ ଗିରଫଦାରୀ । ୭୭ଜଣ ପୁରୁଷଙ୍କ ପରେ ୫୦ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗାଁରେ ବଢ଼ିବାରେ ଲାଗିଛି ଗିରଫ ଭୟ । ଗତ ସପ୍ତାହରେ ମଂଚେଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହି ଅଂଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ବିଳମ୍ବିତ ରାତିରେ ହିଂସାକାଣ୍ଡ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ଯୁବକ ଗୁରୁତର, ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଉତେଜନା ବଢ଼ିବା ପରେ ସେହି ଅଂଚଳରେ ୧୪୪ ଧାରା ଜାରି କରାଯାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସୂଚନା ମୁତାବକ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେତେବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ୨୦ରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।