ଅସହ୍ୟ ତାତିରେ ଜଳୁଛି ଭୁବନେଶ୍ୱର : ଦିନ ସାଢେ ୧୧ଟା ସୁଦ୍ଧା ୩୯ଡିଗ୍ରୀ ତାପମାତ୍ରା ରେକର୍ଡ

284

କନକ ବ୍ୟୁରୋ : ଅସହ୍ୟ ତାତିରେ ଜଳୁଛି ରାଜଧାନୀ । ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା ୩୮.୪, ସମ୍ବଲପୁର ୩୮.୨, ହୀରାକୁଦ ୩୭.୪, ଚାନ୍ଦବାଲି ୩୬.୬, କେନ୍ଦୁଝର ୩୬.୪, ଗୋପାଳପୁର ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୩.୬, ପୁରୀ ୩୩, ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି ।

ଅପରପକ୍ଷେ ସୋମବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ବି ପଡ଼ିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯିବ ନାହିଁ ।