ମଦମୁକ୍ତ ଓଡ଼ିଶାର ପରିକଳ୍ପନା ଭିତରେ କୋରାପୁଟରୁ ଆସିଲା ଅଭାବନୀୟ ଖବର । ୮ଟି ଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି । କଂଗ୍ରେସ ବିଧାୟକ ଉଠାଇଲେ ପ୍ରଶ୍ନ 

536

କନକ ବ୍ୟୁରୋ: ରାଜ୍ୟର ନୂଆ ସରକାର ମଦ ବନ୍ଦ ପାଇଁ ସ୍ୱପ୍ନ ଦେଖୁଛନ୍ତି । ସରକାର ରାଜ୍ୟରେ ମଦ ବନ୍ଦ କରିବାକୁ ବିଚାର କରୁଛନ୍ତି ବୋଲି ଦିନକ ତଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜାରିରହିଛି । ଏପରି ସ୍ଥିତିରେ କୋରାପୁଟରେ  ୮ଟି ଦେଶୀ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଅବକାରୀ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହୀନୀପତି । ତାରା କହିଛନ୍ତି, ଗୋଟିଏ ପଟେ ମଦ ବନ୍ଦ କରିବାକୁ ସରକାର କହୁଛନ୍ତି ଅନ୍ୟପଟେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି । ସରକାରଙ୍କ ଏଭଳି ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ।