ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ : ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ

93

କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ବାବୁସାନ୍ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଗତ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ୍ ଭୁବନେଶ୍ୱର ବିମାନବନ୍ଦରକୁ ଯାଉଥିବା ବେଳେ ତୃପ୍ତି ସେମାନେ ଯାଉଥିବା ଗାଡ଼ିକୁ ଅଟକାଇଥିଲେ । ବାବୁସାନ ଓ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଘଟଣା ପରେ ପ୍ରକୃତିଙ୍କ ବାପା, ମାଆ ଥାନାକୁ ଯାଇ ଏତଲା ଦେଇଥିଲେ । ଏହା ପରେ ତୃପ୍ତି ମଧ୍ୟ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ । ତୃପ୍ତିଙ୍କ ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ, ବାବୁସାନଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଅଭିଯୋଗ କରିଥିଲେ ତୃପ୍ତି ।