ବାଙ୍କୀରୁ ଆସିଲା ଅଭାବନୀୟ ଦୃଶ୍ୟ : ଶ୍ମଶାନରେ ୮ଫୁଟର ବନ୍ୟାଜଳ ପ୍ରବାହିତ, ନଦୀବନ୍ଧରେ ହେଲା ବୃଦ୍ଧଙ୍କ ଶବଦାହ

102

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀ ଗୁଡିକରେ ବନ୍ୟା ଆସିଥିବା ବେଳେ ସବୁଆଡେ ଜଳମଗ୍ନ ହୋଇପଡ଼ିଛି । ବନ୍ୟା ପାଣିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିଭଳି ବାଙ୍କୀ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଙ୍କୀ ଡ଼ମପଡ଼ା ଚକପଦା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ପରେ ଅତି ଦୟନୀୟ ଅବସ୍ଥାରେ ସଂସ୍କାର ହୋଇଛି ।

ଚକାପଦା ଅଞ୍ଚଳରେ ଶ୍ମଶାନ ଉପରେ ୮ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁ ସବୁଆଡେ ଜଳମଗ୍ନ ହୋଇପଡ଼ିଥିବା ବେଳେ ମୃତ ବ୍ୟକ୍ତିଙ୍କର ନଦୀ ବନ୍ଧ ଉପରେ ସଂସ୍କାର କରିଛନ୍ତି ପରିବାର ଲୋକେ । ବନ୍ୟା ବିଭୀଷିକା ବଢିଚାଲିଥିବା ବେଳେ ସବୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଗୋଟିଏ ପଟେ ଲୋକେ ଅସହାୟ ହୋଇ ବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ ଅନ୍ୟପଟେ ମୃତଦେହ ସଂସ୍କାର କରାଯାଉଛି । ବନ୍ୟା ଆଉ ପାଣି ଯୋଗୁଁ ବଦଳିଯାଇଛି ଲୋକଙ୍କ ସମ୍ପୂର୍ଣ୍ଣ ଚିତ୍ର ।