ଅଗ୍ନିବୀର ନିଯୁକ୍ତି ନେଇ ଆସିଲା ବିବରଣୀ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ଠାରୁ ଶାରିରୀକ ଯୋଗ୍ୟତା ପର୍ଯ୍ୟନ୍ତ

710

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଥିବା ବେଳେ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ଯୋଜନା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇଛି । ଏଥିରେ ଅଗ୍ନିବୀର ଭାବେ ଯୋଗ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଶିକ୍ଷଗତ ଯୋଗ୍ୟତା ଓ ଶାରୀରିକ ସକ୍ଷମତା କଣ ରହିବ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି । ଏନେଇ ସେନା ପକ୍ଷରୁ joinindianarmy.nice.in ନାମରେ ଏକ ୱେବସାଇଟ ଖୋଲାଯାଇ ସେଥିରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି । ଅନ୍ୟପଟେ ଆଗାମୀ ଜୁଲାଇ ୨୨ ତାରିଖରୁ ନିଯୁକ୍ତି ନେଇ ପଞ୍ଜିକରଣ ଆରମ୍ଭ କରାଯିବ ।

ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି ।