ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣା, ୧୮ ଗିରଫ

94

କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସକର୍ମୀଙ୍କ ଆକ୍ରମଣ ଘଟଣାରେ ୧୮ ଜଣ ଗିରଫ । ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସ ଦଳର ବ୍ଲକ ଅଧ୍ୟକ୍ଷ, ଗଞ୍ଜେଇ ମାଫିଆଙ୍କୁ ବାନ୍ଧିଛି ପୋଲିସ । ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଗତକାଲି ଘଟଣା ସ୍ଥଳରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଘଟଣା ସ୍ଥଳରେ ଉପସ୍ଥିତ ନଥିବା ସ୍ପଷ୍ଟ କରିଛନ୍ତି ମାଲକାନଗିରି ଏସପି । ଗତ ୬ ତାରିଖରେ ଏକ ଗଞ୍ଜେଇ ଚଢ଼ାଉ ବେଳେ ପୁଲିସ ଗାଁଲୋକ ମୁହାଁମୁହିଁ ହୋଇଥିଲେ । କିଛି ଗ୍ରାମବାସୀ ପୋଲିସ ଆକ୍ରମଣରେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ପ୍ରତିବାଦ କରି ଚିତ୍ରକୋଣ୍ଡ ବ୍ଲକ ଘେରାଉ କରିଥିଲେ କଂଗ୍ରେସକର୍ମୀ । ସଭା ସରିବା ପରେ ଥାନା ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ ।