ଅର୍ଚ୍ଚନା ନାଗ ମାମଲା : ଇଡିରେ ବ୍ୟବସାୟୀ ଅବିନାଶ ପ୍ରିୟଦର୍ଶୀ ହାଜର

392

କନକ ବ୍ୟୁରୋ : ଇଡିରେ ଖଗେଶ୍ୱର ସହଯୋଗୀ । ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ ହାଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ସୂଚନା ମିଳିଛି ।

ସେପଟେ, ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ । ଗତ ୨୪ ତାରିଖରେ କୋର୍ଟରେ ହାଜର କରାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ଆଗରେ ଇଡି ପିଟିସନ୍ ଫାଇଲ କରିଥିଲା । କୋର୍ଟରେ ହାଜର କରାଇବା ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ ।

ମିଳିଥିବା ସୂଚନା ଅନୁସାରେ, ଇଡି, ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ । ଏପର୍ଯ୍ୟନ୍ତ ଇଡି ୫ ଜଣଙ୍କୁ ଜେରା କରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡ଼ିଦେଲେ ବାକି ୮ ଜଣ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।