ଅଭିନେତା ଅରିନ୍ଦମ୍ ଓ ମନୋଜ ମିଶ୍ରଙ୍କ କଳିରେ ପଶିଲେ ଅନୁଭବ ମହାନ୍ତି । ଭିଡିଓ ପୋଷ୍ଟ କରି କହିଲେ, ଓଲିଉଡ଼କୁୁ କରନାହିଁ ଭାଗଭାଗ ।

212

କନକ ବ୍ୟୁରୋ: ବଢୁଛି ଓଲିଉଡ୍ କଳି । ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମଙ୍କ କଳି ଭିତରେ ପଶିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଓଲିଉଡ୍କୁ ଭାଗ ଭାଗ ନକରିବା ପାଇଁ ସେ ଅପିଲ କରିଛନ୍ତି । ମନୋଜ ମିଶ୍ରଙ୍କ ବିରୋଧରେ ଅରିନ୍ଦମ ଯେଉଁ ଅଭିଯୋଗ ଆଣିଥିଲେ, ସେହି କଥାକୁ ଦୋହରାଇଛନ୍ତି ଅନୁଭବ ।

ଅରିନ୍ଦମ ଓ ଅନୁଭବ ଅଭିନୀତ ରାମ ଫିଲ୍ମକୁ ମନୋଜ ମିଶ୍ର ସମ୍ବଲପୁରରେ ରିଲିଜ୍ କରାଇଦେଉନଥିବା ଅଭିଯୋଗ କରିଛନ୍ତି । ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ବ୍ୟକ୍ତିଗତ ଝଗଡ଼ା ପାଇଁ ଓଲିଉଡ୍କୁ ଭାଗ ଭାଗ କରନ୍ତୁ ନାହିଁ ବୋଲି ସେ ସୋସିଆଲ ମିଡିଆରେ ଅପିଲ କରିଛନ୍ତି । ଗତକାଲି ୟୁସିସିସିର ବୈଠକ ବସି ମନୋଜଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଥିଲା । ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ମନୋଜ । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ବୟାନ ଦେଇଥିଲେ । ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ଅନୁଭବ ।