କୋଟିଆରେ ପଶିବାକୁ ପୁଣି ଆନ୍ଧ୍ରର ମସୁଧା: ଜିଓ ଟାୱାର ବସାଇବା ପାଇଁ ଆରମ୍ଭ କଲା ସର୍ଭେ କାମ

82

କନକ ବ୍ୟୁରୋ: ପୁଣି ବିବାଦରେ କୋଟିଆ । କୋଟିଆରେ ଆନ୍ଧ୍ର ପକ୍ଷରୁ ଜିଓ ଟାୱାର ବସାଇବା ପାଇଁ ସର୍ଭେ ଆରମ୍ଭ ହୋଇଛି । ପାହାଡ଼ିଆ ଅଚଂଳରେ ଟାୱାର ବସାଇବା ପାଇଁ ଆନ୍ଧ୍ରର ଏକ ଘରୋଇ ସଂସ୍ଥାର ୪ ଜଣିଆ ଟିମ ସର୍ଭେ କରି ଫେରିଛନ୍ତି । ଖୁବ୍ ଶୀଘ୍ର ଏନେଇ ଆରମ୍ଭ ହେବ କାମ । କୋଟିଆ ଗ୍ରମ ପୁଞରେ ଟେଲି ସେବା ଯୋଗାଇବା ପାଇଁ ଆନ୍ଧ୍ର ପ୍ରୟାସ ଆରମ୍ଭ କରିଛି । କୋଟିଆ ଗ୍ରାମ ପୁଞର ଫାଟୁ ସିନେରି, ଫଗୁଣ ସିନେରୀ, ହରମାଣ୍ଡିଙ୍ଗି, ସଲପଗୁଡ଼ା, କଣାଦୋରା, ଡ଼ୋଲଇଆମ୍ବ ଓ ମାଡ଼କାରରେ ଜିଓ ଟ୍ୟାଗିଂ କରି ସର୍ଭେ କରିଛନ୍ତି । ଫାଟୁ ସିନେରି ପଟୁ ଘରୋଇ କମ୍ପାନୀର ୪ ଜଣିଆ ପ୍ରତିନିଧି ଗାଁକୁ ଗାଁ ବୁଲି ଦୁରତା ମାପିବା ସହ କେଉଁଠି ଟାୱାର ବସାଇଲେ ଠିକ ହେବ ତାକୁ ନେଇ ଆକଳନ କରିଛନ୍ତି । କିଛି ଦିନର ନିରବତା ପରେ ପୁଣି ଆନ୍ଧ୍ର କୋଟିଆରେ ନିଜର ଦବ୍ଦବା ଆରମ୍ଭ କରିଛି ।

ସେପଟେ ବିଧାନସଭା ଶୁନ୍ୟକାଳରେ କୋଟିଆ ଗ୍ରାମପୁଂଜ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସୀମାରେ ଭାଷା ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତି ଲୋକଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ୧୦୦ରୁ ଉର୍ଦ୍ଧ ଗାଁ ଏହା ଦ୍ୱାରା ପ୍ରଭାବିତ ହୋଇଛି । ସରକାର ତଥାକଥିତ ଉତର ଦେଉଛନ୍ତି । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଂଚଳ ପରିଦଶନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ । ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କୋଟିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।