ବେଦଶାସ୍ତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନର ମୁଖ୍ୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଡେଲାଙ୍ଗ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ଛାତ୍ରଙ୍କୁ ୩ବର୍ଷ ହେଲା ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

64

କନକ ବ୍ୟୁରୋ: ବେଦଶାସ୍ତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନର ମୁଖ୍ୟ ପଣ୍ଡିତ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏ ନେଇ ବେଦଶାସ୍ତ୍ର ପଢୁଥିବା ଛାତ୍ର ଓ ଅଭିଭାବକ ଅଭିଯୋଗ କରିବା ପରେ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଅଟକ ରଖିଛି ପୋଲିସ୍। ଖବର ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀ ମୌନୀ ମଠ ବେଦ ଶାସ୍ତ୍ର ଶିକ୍ଷା ଲାଭ କରନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ। କିନ୍ତୁ ଦୀର୍ଘ ୩ ବର୍ଷ ହେଲା ଦୁର୍ଗାପ୍ରସାଦ ପିଲାଙ୍କୁ ଯୌନ ନିର୍ଯାତନା ଦେଉଥିବା ଖୋଦ ପିଲାଙ୍କ ଅଭିଭାବକ ଓ ଛାତ୍ର ଅଭିଯୋଗ କରିଛନ୍ତି । ତେବେ ଦୁର୍ଗାଙ୍କ ବାପା କହିଛନ୍ତି, ପୂର୍ବରୁ ଏଭଳି ଅଭିଯୋଗ ଆସିନାହିଁ। ଏବେ ଛାତ୍ରମାନେ କାହିଁକି ଅଭିଯୋଗ ଆଣିଲେ ସେ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ।