ବିବାଦ ପରେ ବଦଳିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତୀର ସ୍ୱରୂପ: ବିଲାତି ପୋଷାକ ବଦଳରେ ଧୋତି କୁର୍ତାରେ ନଜର ଆସିଲା ପ୍ରତିମୂର୍ତୀ

255

କନକ ବ୍ୟୁରୋ: ସମାଲୋଚନା ପରେ ଚେତିଲା ଅନୁଗୁଳ ପ୍ରଶାସନ । ବିବାଦ ପରେ ବଦଳିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ସ୍ୱରୂପ । ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ହୋଇଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ବେକଚିପା ସାର୍ଟ, ପାଦରେ ବୁଟ୍ ଓ ପ୍ୟାଂଟ ପିନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଓଡ଼ିଶା ଦିବସ ପାଳନ ଅବସରରେ ଏହି ପ୍ରତିମୂର୍ତିରେ ଫୁଲମାଳ ଦିଆଯିବା ପରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ଏହାକୁ ବରଦାସ୍ତ କରିପାରିନଥିଲେ ଅନୁଗାମୀ । ଯେଉଁ ଗାନ୍ଧୀବାଦୀ ନେତାଙ୍କ ସାରା ଜୀବନ ଧୋତି, ଗଞ୍ଜିରେ କଟିଥିଲା, ମୁଖ୍ୟମନ୍ତ୍ରୀ ହେବା ପରେ ବି ନିରାଡମ୍ବର ତଥା ସରଳ ଜୀବନ ବିତାଉଥିଲେ, ସେହିଭଳି ଜଣେ ମହାପୁରୁଷଙ୍କର ସୁଟ୍, ବୁଟ୍ ପିନ୍ଧା ପ୍ରତିମୂର୍ତି ତିଆରି କରାଯାଇଥିଲା । ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି କହିଥିଲେ ଏପରି ପ୍ରତିମୂର୍ତି କରି ତାଙ୍କୁ ଅବମାନନା କରାନଯାଉ । ଏହାପରେ ଭୁଲ ମାନିଥିଲା ପ୍ରଶାସନ ।