ଦିଲ୍ଲୀ ପରେ ଭୁଶୁଡିଲା ରାଜକୋଟ୍ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ । କେହି ମୃତାହତ ହେଇନଥିବା ନେଇ ସୂଚନା ।

627

କନକ ବ୍ୟୁରୋ: ନୂଆଦିଲ୍ଲୀ ପରେ ରାଜକୋଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭୁଶୁଡିଲା ଛାତ । ଯାତ୍ରୀମାନେ ଯିବା ଆସିବା କରୁଥିବା ସ୍ଥାନରେ ଏକ ଛାତ ଭୁଶୁଡି ପଡିଥିଲା । ଏହି ଛାତ ଏବେ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପରେ ଏପରି ଏକ ଘଟଣା ଘଟିଛି । ଗତକାଲି ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ଏକରେ ମଧ୍ୟ ସମାନ ଘଟଣା ଘଟିଥିଲ । ଯେଉଁଥିରେ ଜଣଙ୍କର ମୃତ୍ୟୁ ୬ ଜଣ ଆହତ ହୋଇଥିଲେ । ତେବେ ରାଜକୋଟ ବିମାନ ବନ୍ଦରର ଛାତ ଭୁଶୁଡିବା ଘଟଣାରେ କେହି ମୃତହାତ ହୋଇନଥିବା ସୂଚନା ରହିଛି । ଏହି ବିମାନ ବନ୍ଦରକୁ ଗତବର୍ଷ ଜୁଲାଇ ୨୭ରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।