ଚିକିତ୍ସାଧୀନ ଅବସ୍ଥାରେ ପି, ଖୁରାନାଙ୍କ ଦେହାନ୍ତ, ଆୟୁଷ୍ମାନଙ୍କ ପିତା ବ୍ୟତୀତ ଜଣେ ଜ୍ୟୋତିଷ ଭାବେ ଥିଲା ବେଶ୍ ପରିଚୟ

283

କନକ ବ୍ୟୁରୋ : ବଲିଉଡର ପ୍ରସିଦ୍ଧ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜଣାଶୁଣା ଜ୍ୟୋତିଷ ପି. ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚଣ୍ଡିଗଡ ଠାରେ ତାଙ୍କର ଦେହାନ୍ତ ହୋଇଥିବା କଥା ସୂଚନା ମିଳିଛି ।

ସୂଚନା ମୁତାବକ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ରୋଡରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ମୋହାଲୀର ଫୋର୍ଟିସ ହସ୍ପିଟାଲରେ ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ସେପଟେ ଆଜି ଉପ ରାଷ୍ଟ୍ରପତିଙ୍କ ମାଧ୍ୟମରେ ଆୟୁଷ୍ମାନ ଖୁରାନା ପୁରସ୍କୃତ ହେବାର ଥିଲା । ତାଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଉପ ରାଷ୍ଟ୍ରପତି ସମ୍ମାନୀତ କରିବାର କାର୍ଯ୍ୟକ୍ରମ ରହିଥିଲା   । ହେଲେ ପିତାଙ୍କ ମୃତ୍ୟୁ କାରଣରୁ ସେ ପୁରସ୍କାର ସମାରୋହରେ ଯୋଗ ଦେଇ ନ ପାରନ୍ତି ବୋଲି କୁହାଯାଉଛି ।