ରାଜ୍ୟ ସରକାରଙ୍କୁ ବିଜେପିର ୫ ପ୍ରଶ୍ନ : କେନ୍ଦ୍ରରୁ ଆସୁଥିବା ସିଏଫସି ଟଙ୍କା ଯାଉଛି କୁଆଡେ ?

146

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ବିଜେପିର ୫ ପ୍ରଶ୍ନ । ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି। ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି ? ଠିକ୍ ସେହିପରି ମନରେଗାରେ ଦୁର୍ନୀତି କାହିଁକି ? ଫଲସ୍ ବିଲ କିଏ କରୁଛି ? କାହା ପକେଟକୁ ସେ ଟଙ୍କା ଯାଉଛି ? ଏଥିରେ ଜବ କାର୍ଡ ବଡ଼ ଫ୍ରଡ ହୋଇଛି ?

ଏଣେ ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି ଟଙ୍କା କୁଆଡ଼େ ଯାଉଛି? ସିଏଫସି ଟଙ୍କାକୁ କାହିଁକି ରି ବ୍ରାଣ୍ଡିଂ କରୁଛନ୍ତି ସରକାର? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ? ରାସନ କାର୍ଡରେ ଆଜି ୨୦ ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି। ସେମାନେ କେମିତି ଆସିଲେ ? ବିଜେଡି ଲୋକଙ୍କୁ ରାସନ କାର୍ଡରେ କିଏ ଜାଲିଆତି କରି ସାମିଲ କରିଛି ?

ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି। ବିଧାୟକ ନେଉଛନ୍ତି ୫ ପ୍ରତିଶତ। ଜିଲ୍ଲାପାଳଙ୍କଠୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ। ପରସେଣ୍ଟଜ ନେବା ପାଇଁ ଜେଇ ନାଁରେ କାମ ହେଉଛି। ପଲ୍ଲୀସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ?

ସେପଟେ, ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି । ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି।ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁରେ ଡ୍ରାମା କରୁଛନ୍ତି ।

ଏପ୍ରିଲ ୨୪ ତାରିଖରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି କିନ୍ତୁ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ରେ ଏହାକୁ ପାଳନ କରୁଛି । ଭ୍ରଷ୍ଟାଚାରର କେନ୍ଦ୍ରବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବ୍ୟୁହରେ ଛନ୍ଦି ହୋଇ ଯାଇଛି । ପଞ୍ଚାୟତରେ କଣ ହେବ ତାହା ଶାସକ ଦଳର ବିଧାୟକମାନେ ନିଷ୍ପତ୍ତି ନେଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡ଼ିଯାଇଛି ।