ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ, ସ୍ୱର୍ଣ୍ଣପଦକ ଜିତିଲେ ୪ ଓଡ଼ିଆ ଖେଳାଳି ।

191

କନକ ବ୍ୟୁରୋ: ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଛି ଭାରତ । ଆଉ ଏହି ଦଳରେ ଅଛନ୍ତି ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଏହି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି । ଅଭାବ ଅନଟନରେ ଦିନ କାଟିବା ସତ୍ୱେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି କ୍ରିକେଟର । ଗରିବ ପରିବାରରୁ ଆସିଥିବା ଏହି ପ୍ରତିଭା ଅତୀତରେ ଭୋକ ଉପବାସରେ ସମୟ ବିତାଇଛନ୍ତି । ବାପା, ମାଆ ମୂଲ ଲାଗି ପରିବାର ଚଳାଇଛନ୍ତି । କିନ୍ତୁ କ୍ରିକେଟ ଖେଳିବା ପରଠାରୁ ଏମାନଙ୍କ ଜୀବନରେ ଅନେକ ପରିବର୍ତନ ଆସିଛି ।