୧୦ ଦିନରେ ୬ ଶିଶୁ ମୃତ୍ୟୁ ଘଟଣା । କୋରାପୁଟରେ ୪ ଜଣିଆ କେନ୍ଦ୍ରୀୟ ଟିମ୍ ।

44

କନକ ବ୍ୟୁରୋ: ୧୦ ଦିନରେ ୬ ଶିଶୁ ମୃତ୍ୟୁ ଘଟଣା । କୋରାପୁଟରେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । କାଶୀପୁର ଓ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଏହି ଟିମ୍ । ବନ୍ଧୁଗାଁ ବ୍ଲକର ଜଣେ ଶିଶୁ ଡିପଥେରିଆରେ ମୃତ୍ୟୁ ହୋଇଥିବା କୁହାଯାଉଛି । ରାଜ୍ୟରେ ଡିପଥେରିଆ ସଂକ୍ରମଣ ଚିନ୍ତା ବଢ଼ାଇଛି । ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରାଯାଇଛି । ଡିପଥେରିଆ ସଂକ୍ରମଣକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଏହାର କାରଣ କ’ଣ ଜଣାପଡ଼ିନାହିଁ । ତେବେ ଏହାର ଅନୁଧ୍ୟାନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଅସିଛନ୍ତି । ଏହି ଟିମ୍ ଓଡ଼ିଶାରେ ଡିପଥେରିଆ ସଂକ୍ରମିତ ଜିଲ୍ଲା ଗସ୍ତ କରି ରିପୋର୍ଟ ପ୍ରଦାନ କରିବେ । ରାୟଗଡ଼ା କାଶୀପୁର ବ୍ଳକ ଅଧିନ ମାନୁଷପଦରରେ ୪ଜଣ ଶିଶୁ ପ୍ରଥମେ ପ୍ରାଣ ହରାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ ଟୀକାକରଣ ଆରମ୍ଭ ହୋଇଥିଲା ।