କନକ ବ୍ୟୁରୋ : ଦୁବାଇର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୪ଜଣ ଭାରତୀୟଙ୍କ ସମେତ ମୋଟ ୧୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୯ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଲ୍ଫ ନ୍ୟୁଜର ସୂଚନା ମୁତାବକ ସିଭିଲ ଡିଫେନ୍ସ ଅପରେଶନ ରୁମକୁ ଶନିବାର ୧୨.୩୫ ମିନିଟରେ ଫୋନ ଆସିଥିଲା କି, ଦୁବାଇର ଅଲ୍ ରାସ ଅଞ୍ଚଳରେ ଥିବା ଏକ ପୁରୁଣା ଆପର୍ଟମେଣ୍ଟରେ ନିଆଁ ଲାଗିଛି । ଏନେଇ ସୂଚନା ପାଇବା ପରେ ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଂଚିଥିଲେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଦୁବାଇ ପୋଲିସର ଶବଗୃହ ନିକଟରେ ଥିବା ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା ନସୀର ବତନପଲ୍ଲୀ କହିଛନ୍ତି କି, ଏହି ଅଗ୍ନିକାଣ୍ଡରେ ୪ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେରଳରୁ ୨ଜଣ ଥିବା ବେଳେ ତାମିଲନାଡୁରୁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏମାନେ ଏହି ଆପାର୍ଟମେଣ୍ଟରେ କାମ କରୁଥିଲେ ।
ବତନପଲ୍ଲୀ କହିଛନ୍ତି କି, ଦୁବାଇ ପୋଲିସ, ଦୁବାଇରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଓ ମୃତକଙ୍କ ପରିଜନଙ୍କ ସହ ଯୋଗା ଯୋଗ ହୋଇଛି । ସେପଟେ ଦୁବାଇ ସିଭିଲ ଡିଫେନ୍ସର ପ୍ରବକ୍ତା କହିଛନ୍ତି କି, ପ୍ରାଥମିକ ଯାଂଚ ବେଳେ ଜଣାପଡିଛି କି, ଆପର୍ଟମେଣ୍ଟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଗ୍ନିକାଣ୍ଡକୁ ଆୟତ କରିବା କଷ୍ଟକର ହୋଇପଡିଥଲା । ଏହାସହ ଅଗ୍ନିକାଣ୍ଡର କାରଣ ସଂପର୍କରେ ଏବେ ଯାଂଚ ଚାଲିଥିବା କଥା ସେ କହିଛନ୍ତି ।