କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ପ୍ରିକସନ୍ ଡ଼ୋଜ । ଏବେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ବୁଷ୍ଟର ଡ଼ୋଜ

127

କନକ ବ୍ୟୁରୋ : କରୋନାରୁ ସୁସ୍ଥ ହେବାର ତିନି ମାସ ପରେ ନେଇପାରିବେ ପ୍ରିକସନ୍ ଡୋଜ୍ । କରୋନା ଟିକା ସହ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ଏନଏଚଏମ୍ ବା ଜାତୀୟ ସ୍ୱାସ୍ଥ୍ୟ ମିଶନ । ଜାନୁଆରୀ ୩ ତାରିଖରୁ ଦେଶରେ ପ୍ରିକସନ୍ ଡୋଜ୍ ଦେବା ଆରମ୍ଭ ହୋଇଛି । ଏବେ କେବଳ ୬୦ ବର୍ଷରୁ ଅଧିକ ବୟସ୍କ, ଏକାଧିକ ରୋଗରେ ପୀଡ଼ିତ ରୋଗ. ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ଦିଆଯାଉଛି ।

ସେପଟେ, ଉପଯୁକ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ନେବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବୁଷ୍ଟର ଡୋଜ ନେବା ଦ୍ୱାରା କରୋନା ମୁକାବିଲାରେ ସହାୟକ ହେବ