କଲ୍ୟାଣସିଂହପୁରରେ ଲାଲ ବାହିନୀର ତାଣ୍ଡବ । ନିର୍ବାଚନରେ ହେଉଥିବା ଦୁର୍ନିତୀକୁ ବିରୋଧ କରି ପୋଷ୍ଟରରେ ଦେଲ ହତ୍ୟା ଧମକ

115

କନକ ବ୍ୟୁରୋ : କଲ୍ୟାଣସିଂହପୁରରେ ମାଓବାଦୀଙ୍କ ଉପଦ୍ରବ । ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରିବା ସହ ଠିକା ସଂସ୍ଥାର ଗାଡ଼ି ପୋଡ଼ିଛନ୍ତି ମାଓବାଦୀ । କଲ୍ୟାଣସିଂପୁର ବ୍ଲକର ସଦର ତହସିଲ ଅଫିସ ବୁଡ଼ାଗୁଡ଼ା ଠାରେ ରାସ୍ତା ନିର୍ମାଣ କରିଥିବା ସଂସ୍ଥାର ମୁଖ୍ୟ ଗେଟରେ ମାଓ ବ୍ୟାନର ମାରିବା ସହ ଏକ ଟ୍ରକ୍ ପୋଡ଼ି ଦେଇଛନ୍ତି ମାଓବାଦୀ ।
ମଳିଥିବା ସୂଚନା ଅନୁସାରେ, ନିର୍ବାଚନରେ ଦୁର୍ନିତି ହେଉଥିବାରୁ ଏହାକୁ ବିରୋଧ କରୁଥିବା ବ୍ୟାନରରେ ଉଲ୍ଲେଖ ରହିଛି । ୱାର୍ଡ଼ ସଭ୍ୟ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ଦୁର୍ନିତୀ କଲେ ହତ୍ୟା କରାଯିବ ବୋଲି ବ୍ୟାନରେ ଧମକ ଦେଇଛନ୍ତି ମାଓବାଦୀ । ତେବେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଚେତାବନୀ ଏକପ୍ରକାର ଚିନ୍ତା ବଢାଇଦେଇଛି