Daily Archives

February 18, 2018

ବିଜେପୁର ପ୍ରଚାର ଲଢେଇରେ ସେନାପତି ସାଜିଛନ୍ତି ଅଭିନେତା! ଗୋଟିଏ ମୈଦାନରେ ଅନୁଭବ, ଆକାଶ ଓ ପିଙ୍କି, କଂଗ୍ରେସ କଲା…

କନକ ବ୍ୟୁରୋ : ପାଖେଇ ଆସୁଛି ବିଜେପୁର ଭୋଟ, ଜୋର ଧରୁଛି ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତ ପୂର୍ବରୁ ମାହୋଲ ବନାଉଛନ୍ତି ବିଜେଡି ନେତା । ଅଭିନେତାରୁ ନେତା ବନିଥିବା ଅନୁଭବ ଓ ଆକାଶ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗୁଛନ୍ତି । ସେପଟେ ବିଜେପି…

ଜଙ୍ଗଲକୁ ବାହୁଡିଲେ ଗଜରାଜ ! ହେଲେ ଜଙ୍ଗଲ ବିଭାଗର ରାତିଅଧିଆ ଅପରେସନକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ରାଜଧାନୀ ବାସୀଙ୍କୁ ନାକେଦମ କରି ଶେଷରେ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ବାହୁଡି ଯାଇଛି ଗଜରାଜ । ଗତ ତିନି ଦିନ ଧରି ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇ ଦେଇଥିଲା ଏହି ହାତୀ । ପଛରେ ଥିଲେ ବନବିଭାଗ କର୍ମଚାରୀ, ସ୍ଥାନୀୟ ଲୋକେ ଆଉ ଆଗରେ ଦୌଡୁଥିଲା ହାତୀ । ଏହି ଘଟଣା ପରେ…

ବିଜେପୁରରେ ଅନ୍ଧାରି ବିଜେ ! ଏତେ ଟଙ୍କା ଆସୁଛି କୁଆଡୁ । କିଏ ନେଉଛି, କାହାକୁ ଦେଉଛି?

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପୂର୍ବରୁ ପ୍ରବେଶପଥରେ ଧରାପଡିଲା ଲକ୍ଷ ଲକ୍ଷ ଟଙ୍କା । ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ଆଉ ଚର୍ଚ୍ଚା ହେଉଛି ଭୋଟରଙ୍କୁ କିଣିବା ପାଇଁ ବ୍ୟବହାର ହୋଇଥାନ୍ତା ଏହି ଟଙ୍କା । ଯଦିଓ କେଉଁ ରାଜନୈତିକ ଦଳର ଇସାରାରେ ୪୦ ଲକ୍ଷ ଟଙ୍କା ଧରି…

ଇଞ୍ଜିନିୟରିଂ ଛାତ୍ରୀଙ୍କ କମାଲ ! ବିକଶତି କଲେ ନୂଆ ରୋବଟ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ନାଚ ଶିଖାଇବ “ନିନୋ”

ଏଣିକି ପିଲାଙ୍କୁ ପଢାଇବ ରୋବଟ । ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ ପରିବର୍ତ୍ତନ । ବିହାରର ଇଞ୍ଜିନିୟରିଂ ଛାତ୍ରୀ ଆକାଂକ୍ଷା ଆନନ୍ଦ ଏକ ଏଭଳି ରୋବଟ ବିକଶିତ କରିଛନ୍ତି ଯାହା ପିଲାଙ୍କୁ ପାଠ ପଢାଇବାରେ ସାହାଯ୍ୟ କରିବ । ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରୋବଟ ପିଲାଙ୍କୁ ମଜାଳିଆ ଢଙ୍ଗରେ…

ଜୟଦେବ ବାଟିକାରୁ ଘଉଡା ହେଲା ଦନ୍ତା ! ଶତାଧିକ ବନକର୍ମଚାରୀଙ୍କ ରାତି ଅଧିଆ ଅପରେସନ

କନକ ବ୍ୟୁରୋ: ଜୟଦେବ ବାଟିକାକୁ ପଶିଆସିଥିବା ଜଙ୍ଗଲି ହାତୀକୁ ରାତି ଅଧରେ ଚାଲିଥିଲା ଅପରେସନ । ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ହାତୀ ଘଉଡାଇଛନ୍ତି ବନ କର୍ମଚାରୀ । ପୋଲିସ ସହାୟତାରେ ହାତୀ ଘଉଡା ହୋଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ବି ସାମିଲ ହୋଇଥିବା ବେଳେ ହାତୀକୁ ଦେଖିବାକୁ ନାହିଁ…

ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି କି ? ତେବେ ଏହି ସବୁ ଦିଗପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଏବେ ଅନଲାଇନରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍, ଜୀବନସାଥୀ ଡଟକମ୍ ଆଦି ଅନେକ ସାଇଟସ୍ ଅଛି । ଏତଦବ୍ୟତୀତ ଧର୍ମ ଓ ଜାତିଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍ ଉପଲବ୍ଧ । ଏହି ସାଇଟସମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ । -ପଂଜୀକରଣ ଲାଗି…