କୋରାପୁଟ ଜିଲ୍ଲାରେ କଡ ଲେଉଟାଉଛି ଆନ୍ଥ୍ରାକ୍ସ । ଦୁଇ ଜଣ ପଜିଟିଭ୍ ଚିହ୍ନଟ ।

89

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ କଡ ଲେଉଟାଉଛି ଆନ୍ଥ୍ରାକ୍ସ । ଦେବୀଘାଟ ପଞ୍ଚାୟତ ପଡେଇଗୁଡ଼ା ଗାଁରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟ ଓ ଅନ୍ୟ ଜଣେ ୪୭ ବର୍ଷୀୟ ବ୍ୟକ୍ତି ଅଛନ୍ତି । ଦୁଇ ଜଣଙ୍କ ରକ୍ତ ନମୁନା ଆନ୍ଥ୍ର୍ରାକ୍ସ ପଜିଟିଭ୍ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଛାନିଆ ହୋଇପଡ଼ିଛନ୍ତି । ଦୁଇ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି । ମାଥାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦୁଇ ଜଣଙ୍କ ଉପରେ ନଜର ରଖାଯାଇଛି ।
ସୂଚନା ଅନୁସାରେ ୧୪ ତାରିଖରେ ପୋଡ଼େଇଗୁଡ଼ା ଅଞ୍ଚଳରେ କିଛି ଲୋକ ମାଂସ ଭୋଜି କରି ଖାଇଥିଲେ । ଭୋଜି ଖାଇବା ପରେ ଅଧିକାଂଶଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଲୋକଙ୍କୁ ସଚେତନ କରାଇବା ସହ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ମୁକ୍ତିକାନ୍ତ ଖଟୁଆଙ୍କ ସୂଚନା ଅନୁସାରେ ୪୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୬ଜଣଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯଇ ଭୁବନେଶ୍ୱର ପଠାଯାଇଥଲା । ସେଥିରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।