ଶପଥନେଲେ ୨ ଉପମୁଖ୍ୟମନ୍ତ୍ରୀ: କେଭି ସିଂଦେଓ, ପ୍ରଭାତୀ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ

114

କନକ ବ୍ୟୁରୋ: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା ଶପଥପାଠ କରିଛନ୍ତି । ଦୀର୍ଘ ୨୫ ବର୍ଷ ପରେ ରାଜ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଫେରି ପାଇଛି । ତେବେ ବିଜେପିର ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ନୀତିନ ଗଡକରୀ ଆଦି ଯୋଗ ଦେଇଛନ୍ତି । ସେହିପରି ରାଜ୍ୟରେ ବରିଷ୍ଠ ବିଜେପି ନେତା ବି ଏହି ସମାରୋହରେ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଛନ୍ତି ।