ନିଆଁ ଉଜାଡ଼ିଦେଲା ଘରଦ୍ବାର। ଘରେ ଥିବା ଆସବାବପତ୍ର ପୋଡ଼ି ପାଉଁଶ। ଗୁହାଳ ଘରେ ନିଆଁ ଲାଗି ୨ଟି ଗୋରୁ ଜୀବନ୍ତ ଦଗ୍ଧ ।  

76

କନକ ବ୍ୟୁରୋ: ନିଆଁ ଉଜାଡ଼ିଦେଲା ଘରଦ୍ବାର। କଟକ ନିଶ୍ଚିନ୍ତକୋଇଲି ବ୍ଲକ କଣ୍ଟାପାରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁହାଳ ଘରେ ନିଆଁ ଲାଗିବାରୁ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହାସହ ଘରେ ଥିବା ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ହଠାତ୍ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟିବାରୁ ଗାଈ ଗୋରୁ ବାହାରକୁ ବାହାରିପାରିନଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଁର ଫକୀର ଚରଣ ରାଉତ କ୍ଷୀର ବିକ୍ରି କରି ପରିବାର ଚଳାନ୍ତି । ଏବେ ଅଗ୍ନିକାଣ୍ଡରେ ଗାଈ ଗୋରୁ ଜୀବନ୍ତ ଦଗ୍ଧ ହେବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଆଉ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।