ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ: କଳାରେ ୭୮.୮୮ ପ୍ରତିଶତ, ଧନ୍ଦାମୂଳକରେ ୬୭.୪୮ ପ୍ରତିଶତ ପାସ ହାର 

82

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ । କଳାରେ ପାସ ହାର ୭୮.୮୮ ପ୍ରତିଶତ ରହିଛି । ପୁଅଙ୍କ ପାସ ହାର ୭୦.୪୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୮୫.୬୬ ପ୍ରତିଶତ ରହିଛି । ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । କଳାରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୩୨ ହଜାର ୭୮୧ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ୩୨ ହଜାର ୪୬୧ ଛାତ୍ରଛାତ୍ରୀ । ଧନ୍ଦାମୂଳକରେ ପାସ ହାର ୬୭.୪୮ ପ୍ରତିଶତ ରହିଛି । ଧନ୍ଦାମୂଳକରେ ପୁଅଙ୍କ ପାସ ହାର ୬୪.୨୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୭୧.୧୦ ପ୍ରତିଶତ ରହିଛି । ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀ ଏହି ୱେବସାଇଟକୁ ଯାଇପାରିବେ ।