ପଶିଆସିଲେ ୨୨ ଟିକିଆ ହାତୀ ପଲ। ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ହାତୀ । ସୁରକ୍ଷା ପାଇଁ ବନବିଭାଗର କଡା ନଜର ।

56

କନକବ୍ୟୁରୋ :ଦିନକୁ ଦିନ ବଢୁଛି ହାତୀ ଆତଙ୍କ । ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଂଚାୟତର ବିଭିନ୍ନ ଗାଁରେ ହାତୀ ଆତଙ୍କ ଖେଳାଇଛନ୍ତି । ଏବେ ପୁଣି ହାତୀ ପଶି ଆତଙ୍କ ଖେଳାଇଛନ୍ତି । ଗାଁ ଭିତରକୁ ୨୨ ଟିକିଆ ହାତିପଲ ପଶିଆସିଥିବା ଦେଖିବାକୁ ମିଳିଛି । ପୁରୁଣା ପାଣି, ମାଳିଗା, ଡେଡିଙ୍ଗସୁରୁ, ବାମନଦେଓ ଓ କାର୍କାମାର୍କା ଅଂଚଳରେ ବୁଲୁଥିବା ଏହି ହାତି ପଲରେ ୨ଟି ଦନ୍ତା ଓ ୭ଟି ହାତୀଛୁଆ ରହିଥିବା ବନ ବିଭାଗ ପକ୍ଷାରୁ ଜଣାପଡିଛି ।

ହାତୀ ପଲ ୬ ଦିନ ହେବ କଳାହାଣ୍ଡି ଜିଳ୍ଲା ଙ୍ଗଲରୁ ଆସି ରାୟଗଡା ଜିଲ୍ଲାର ଜଙ୍ଗଲକୁ ଆସିଛନ୍ତି । ତେବେ ଏତେ ଗୁଡିଏଲ ହାତୀ ପଶିଆସି୍ଥିବାରୁ ଗାଁରେ ଭୟଭୀତ ହୋଇପଡିଛନ୍ତି ଲୋକମାନେ । ତେବେ ବର୍ତମାନ ସୁଦ୍ଧା ହାତି ମାନେ କୌଣସି କ୍ଷୟକ୍ଷତି କରିନଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ହାତୀ ଉପରେ କଡା ନଜର ରଖଯାଇଥିବା କୁହାଯାଇଛି ।