ଦୁଷ୍କର୍ମ ଅଭିଯୁକ୍ତ ଓ ପୀଡିତା ହେଲେ ଜୀବନସାଥୀ : ବିବାହ ପରେ ଜେଲକୁ ଫେରିଲେ ବର

897

କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରେ ୪ ବର୍ଷ ହେବ ଜେଲରେ ଥିବା ବିଚରାଧୀନ କଏଦୀଙ୍କ ସହ ବିବାହ କଲେ ପୀଡ଼ିତା । କୋର୍ଟଙ୍କ ନିର୍ଦ୍ଦେଶରେ ଏହି ବିବାହ ହୋଇଥିବା ବେଳେ ଜେଲ କର୍ତୃପକ୍ଷ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଦେବଗଡ଼ କୁଣ୍ଡେିଗୋଳା ଥାନା କୁଶଖଳିଆ ଗାଁର ବଇକୁଳି ଶବରଙ୍କ ସହିତ ଜଣେ ଯୁବତୀଙ୍କ ପ୍ରେମ ସଂପର୍କ ଥିଲା । ହେଲେ ବିବାହ ପାଇଁ ଉଭୟଙ୍କ ପରିବାର ରାଜି ହୋଇନଥିଲେ । ୨୦୧୮ ମସିହାରେ ଏନେଇ ଝିଅର ବାପା ଗୁଣ୍ଢେଇଗୋଳା ଥାନାରେ ବଇକୁଳି ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲି ବଇକୁଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଉଭୟ ପରିବାର ମନ ପରିବର୍ତ୍ତନ ହେବା ପରେ ବିଚାରଧୀନ କଏଦୀ ଥିବା ବଇକୁଳି ସହିତ ପୀଡ଼ିତାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । ବଇକୁଳିଙ୍କୁ ଜେଲରୁ ପୁଲିସ ସୁରକ୍ଷାରେ ରେଜେଷ୍ଟି କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ପୂର୍ବରୁ ଝିଅଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ବିବାହ କରାଯାଇଥିଲା । ଏହାପରେ ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବରକନ୍ୟା ପରସ୍ପରକୁ ମାଳ ପିନ୍ଧାଇ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ ।