ରୋଗୀଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ଯୁବକ । ଗାଁ ଗାଁ ବୁଲି ସଂଗ୍ରହ କରୁଛନ୍ତି ଅର୍ଥ ।

128

କନକ ବ୍ୟୁରୋ: ରୋଗୀଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ଯୁବକ । ଗାଁ ଗାଁ ବୁଲି ସଂଗ୍ରହ କରୁଛନ୍ତି ଅର୍ଥ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଝାରକଟା ଗାଁର ଇନ୍ଦ୍ରମଣୀ ମାଝୀ ବ୍ରେନ ଷ୍ଟ୍ରୋକରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଆବଶ୍ୟକ ୧୨ ଲକ୍ଷ ଟଙ୍କା । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ।

ତେବେ ଇନ୍ଦ୍ରମଣୀଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ଗାଁର ୪୦ରୁ ଅଧିକ ଯୁବକ । ୧୦ରୁ ଅଧିକ ଗାଁ ବୁଲି ସଂଗ୍ରହ କରୁଛନ୍ତି ଟଙ୍କା । ସୋସିଆଲ ମିଡିଆରେ ମଧ୍ୟ ସହାୟତା ପାଇଁ କରୁଛନ୍ତି ନିବେଦନ । ଆଉ ଗାଁର ଯୁବକଙ୍କ ଏଭଳି କାର୍ଯ୍ୟ ପାଇଁ ସବୁଠୁ ଛୁଟୁଛି ପ୍ରଶଂସାର ସୁଅ ।