ଘର ଖଣ୍ଡେ ପାଇଁ ଜିଲ୍ଲାପାଳଙ୍କ ଗୋଡ ତଳେ ପଡିଲେ । ମୁଣ୍ଡିଆ ମାରି ଗୁହାରି କଲେ ମହିଳା

166

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ଗୋଡ ତଳେ ପଡି ଗୁହାରୀ କଲେ ମହିଳା । ଅଭାବ ଭିତରେ ଥିବା ବେଳେ ଘର ଖଣ୍ଡିିଏ ବି ନାହିଁ । ଏହି ଘର ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ବହୁ ଜାଗାରେ ବୁଲି ବୁଲି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ ଗୋଡତଳେ ପଡି ଅନୁରୋଧ କରିଛନ୍ତି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ । ମାର୍ଶାଘାଇ ବନ୍ଧକଟା ଗାଁର ଜଣେ ମହିଳା ଘର ନଥିବାରୁ ଜିଳ୍ଲାପାଳଙ୍କୁ ଅନୁରୋଧ କରିବା ସହିତ ଗୋଡ ତଳେ ପଡିଯାଇଥିଲେ । ଜିଲ୍ଲାପାଳଙ୍କୁ କାନ୍ଦି କାନ୍ଦି ନିଜ ସମସ୍ୟା ନେଇ କହିଥିବା ବେଳେ ଜିଲ୍ଲାପାଳ ମଧ୍ୟ ତାଙ୍କର ଅସୁବିଧା ପଚାରି ବୁଝିଛନ୍ତି । ଶେଷରେ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।