ଭିନ୍ନ ଏକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ଜହ୍ନ ରାତିର ସାଥୀ: ସମାଜକୁ କେମିତି ପ୍ରଭାବିତ କରୁଛି ଗୁଣି ଗାରେଡ଼ି ଓ ଅନ୍ଧବିଶ୍ୱାସ , ତା’ ଉପରେ ରହିଛି କାହାଣୀର କଥାବସ୍ତୁ

107

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରିଲିଜ ହେବ ଚଳଚିତ୍ର ଜହ୍ନ ରାତିର ସାଥୀ । ଗୁଣିଗାରେଡି, ଅନ୍ଧବିଶ୍ୱାସ, କୁସଂସ୍କାର କିପରି ସମାଜର କ୍ଷତି କରୁଛି ତାକୁ ନେଇ ଫିଲ୍ମ କରାଯାଇଛି । ଏଥିରେ ବଶବର୍ତି ହୋଇ କିପରି ନୀରିହ ଲୋକଙ୍କ ଜୀବନ ଯାଉଛି ତାହା ଚଳଚିତ୍ରରେ ଦର୍ଶାଯାଇଛି । ଏବଂ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ତାହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଆକୃତି ବ୍ୟାନରରେ ଏହି ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ସମ୍ବିତ, ଶୀତଲ ପାତ୍ର ଅଭିନୟ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଫିଲ୍ମର ଅଧିକାଂଶ ସିନ୍ ଦଶପଲା ଜଙ୍ଗଲ ଏବଂ ନରଣଗଡ଼ ପ୍ୟାଲେସରେ ସୁଟ ହୋଇଛି । ଜିତେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଜୋଜକ ଅଛନ୍ତି ଅଜୟ ରାଉତ ।