ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପାୱାର କରିଡରରେ ଚର୍ଚ୍ଚା । କିଏ ହେବେ ନୂଆ ମନ୍ତ୍ରୀ ? ବାଚସ୍ପତି ରେସରେ ତିନି ବରିଷ୍ଠ ବିଧାୟକ

742

କନକ ବ୍ୟୁରୋ: କିଏ ହେବେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ? କାହାକୁ ମିଳିବ ତିନୋଟି ବିଭାଗର ମନ୍ତ୍ରୀ ପଦ? ଏହାକୁ ନେଇ ପାୱାର କରିଡର ଓ ବିଜେଡି ଅନ୍ଦରମହଲରେ ଜୋରଦାର ଚର୍ଚ୍ଚା । ଚର୍ଚ୍ଚା ଅନୁସାରେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଆଉ ଝାରସୁଗୁଡା ନିର୍ବାଚନରେ ଯେଉଁ ନେତାମାନେ ଝାଳ ବୁହାଇଥିଲେ ସେହି କିଛି ପ୍ରମୁଖ ନେତାଙ୍କୁ ପୁରସ୍କାର ଆକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡା ପର୍ଯ୍ୟବେକ୍ଷକ ସାରଦା ନାୟକ, ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଗଂଜାମ ଜିଲ୍ଲାରୁ ଏକାଧିକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି । ଏଥିରେ ଅଛନ୍ତି ବିଧାୟିକ ଲତିକା ପ୍ରଧାନ, ବାଚସ୍ପତି ପଦ ଛାଡିଥିବା ବିକ୍ରମ କେଶରୀ ଆରୁଖ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଗଂଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଓ ପଟ୍ଟନାୟକ । କହିଛନ୍ତି, ଗଂଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଗଂଜାମ ବଡ ଜିଲ୍ଲା ହୋଇଥିବାରୁ ଦୁଇଟି ମନ୍ତ୍ରୀପଦ ମିଳିପାରେ ବୋଲି ଚାଓପଟ୍ଟନାୟକ କହିଛନ୍ତି ।