ନୂଆ ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ : ଆଗାମୀ ୨ ବର୍ଷ ପାଇଁ ସମ୍ଭାଳିବେ କାର୍ଯ୍ୟଭାର

208

କନକ ବ୍ୟୁରୋ : କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ଭିତରେ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ କର୍ଣ୍ଣାଟକ ଡିଜିପି । ପ୍ରଧାନମନ୍ତ୍ରୀ, ସିଜେଆଇ ଓ ବିରୋଧୀ ଦଳ ନେତାଙ୍କ ବୈଠକରେ ନିଆଗଲା ନିଷ୍ପତ୍ତି । ଆଗାମୀ ୨ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍ । ମେ ୨୫ ତାରିଖରେ ସରୁଛି ଏବେର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାରଙ୍କ କାର୍ଯ୍ୟକାଳ ।

କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ଡି କେ ଶିବକୁମାର । ଯିଏ କି ଏବେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ବିଜେପିର ଏଜେଟଂ ଭାବେ ପ୍ରବୀଣ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଶିବକୁମାର । ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ପ୍ରବୀଣ ସୁଦ୍‌ଙ୍କ ସମେତ ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ସୁଧୀର ସକ୍‌ସେନା ଏବଂ ତାଜ୍‌ ହାସନ ରହିଥିଲେ । ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସ୍ବାଲଙ୍କ କାର୍ଯ୍ୟକାଳ ଚଳିତମାସ ୨୫ ତାରିଖରେ ଶେଷ ହେବ । ଏହା ପରେ ସୁଦ୍ ଏହି ପଦବୀରେ ବସିବେ । ଯଦିଓ ସିବିଆଇ ନିର୍ଦ୍ଦେଶକଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ତାଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇ ପାରିବ ।