କୁଆଡେ ଗଲେ ନନ୍ଦ ମଉସା ? ଏବେ ବି ନିଖୋଜ ନନ୍ଦ ମଉସାଙ୍କ ପତ୍ତା ମିଳୁନି ।

114

କନକ ବ୍ୟୁରୋ: କୁଆଡେ ଗଲେ ନନ୍ଦ ମଉସା ? ଏବେ ବି ନିଖୋଜ ନନ୍ଦ ମଉସାଙ୍କ ପତ୍ତା ମିଳୁନି । ଏବେ ବି ପରିବାର ଲୋକେ ତାଙ୍କ ବାଟକୁ ଚାହିଁ ବସିଛନ୍ତି । ନନ୍ଦଙ୍କ ସ୍ତ୍ରୀ ଆଖିରୁ ଶୁଖୁନି ଲୁହ । ଫେରିବା ଆଶାରେ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛନ୍ତି । କଟକ ସାନମୁଣ୍ଡୁଳୀ ଗାଁର ନନ୍ଦ କିଶୋର ବେହେରା । ଲୁଗା ବ୍ୟବସାୟ କରିବାକୁ ଘରୁ ବାହାରିଥିଲେ ହେଲେ ଆଉ ଫେରନିଥିଲେ । ନିଖୋଜ ହୋଇଯାଇଥିବା ନନ୍ଦ ମଉସାଙ୍କୁ ନେଇ ଏବେ ବି ସସପେନ୍ସ ଜାରି । କିଛି ଦିନ ତଳେ ଚନ୍ଦକା ଅଭୟାରଣ୍ୟ ଜାରିଆ ନିକଟରୁ ମିିଳିଥିବା ଖପୁରୀ ଓ କଙ୍କାଳ ନେଇ ପୁଣି ସନ୍ଦେହ ଉପୁଜିଛି । ଅଜଗର ଗିଳିଦେଇଥିବା ସ୍ଥାନରୁ କିଛି ଦୂରରେ ପଡିଥିବା ସାର୍ଟକୁ ଘର ଲୋକ ଚିହ୍ନଟ କରିଥିଲେ ବି ମିଳିଥିବା ଖପୁରୀ କଙ୍କାଳ କାହାର ବୋଲି ଉଠିଛି ପ୍ରଶ୍ନ?

ସେପଟେ ନିଖୋଜ ହେବାର ବହୁତ ଦିନ ବିତିଗଲାଣି । ହେଲେ ନନ୍ଦ ମଉସାଙ୍କ କୌଣସି ଖୋଜ ଖବର ନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଅଧିକ ତଦନ୍ତ ଦାବି କରିଛନ୍ତି । ସେପଟ ଭଗବାନଙ୍କ ଭରସାରେ ସବୁକିଛି ଛାଡି ଦେଇ ନନ୍ଦ ମଉସାଙ୍କ ପତ୍ନୀ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ତେବେ ମିଳିିଥିବା କଙ୍କାଳ ତାଙ୍କର ନା ଆଉ କାହାର ଏନେଇ ପୋଷ୍ଟମର୍ଟମ ଆଧାରରେ ଯାହା ତଦନ୍ତ କରାଯିବ ବୋଲି କହିଛନ୍ତି ବାଙ୍କୀ ଥାନା ଅଧିକାରୀ ।