କ୍ଲଷ୍ଟର ବମକୁ ନେଇ କାହିଁକି ଭୟଭୀତ ଋଷ ? ଏହି ବମ୍ କାହିଁକି ଏତେ ଘାତକ? ଜାଣନ୍ତୁ…

1,003

କନକ ବ୍ୟୁରୋ : କ୍ଲଷ୍ଟର ବମ୍, ଯାହାକୁ ନେଇ ଋଷ ଓ ଆମେରିକା ପରଷ୍ପରକୁ ନାଲିଆଖି ଦେଖାଇଛନ୍ତି । ୟୁକ୍ରେନକୁ ଆମେରିକା କ୍ଲଷ୍ଟର ବମ୍ ସପ୍ଲାଏ କରିବା ନେଇ କହିବା ପରେ ଚିହିଁକି ଉଠିଛି ଋଷ । ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ଏଭଳି କୌଣସି କାମ ନକରୁ ଆମେରିକା । ଆମ ପାଖରେ ବି ବିପୁଳ ପରିମାଣରେ କ୍ଲଷ୍ଟର ବମ୍ ରହିଛି । ୟୁକ୍ରେନକୁ କ୍ଲଷ୍ଟର ବମ୍ ସପ୍ଲାଏ କରିବା ନେଇ ଆମେରିକାର ଏହି ବୟାନ ପରେ ଚିନ୍ତାରେ ପଡିଯାଇଛନ୍ତି ତା’ର ପଡୋଷି ରାଷ୍ଟ୍ର ଜର୍ମାନୀ, ଇଟାଲୀ, ଇଂଲଣ୍ଡ ଓ ସ୍ପେନ୍ । ନାଟୋ ଦେଶଗୁଡିକ ମଧ୍ୟ କଷ୍ଟର ବମ୍ ବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି । କାରଣ ଏହି ବମର ବ୍ୟବହାର ଉପରେ ପ୍ରାୟ ୧୦୦ଟି ଦେଶ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି କ୍ଲଷ୍ଟର ବମ୍, ଯାହାକୁ ନେଇ ସମସ୍ତେ ଆତଙ୍କିତ ହୋଇଉଠନ୍ତି ।

କଷ୍ଟର ବମ୍ ଏପରି ଏକ ବମ୍ ଯାହା ଭିତରେ ଛୋଟ ଛୋଟ ଅନେକ ବମ୍ ରହିଥାଏ । ଏହି ବମ୍ ସାହାଯ୍ୟରେ ଏକ ବଡ ଅଞ୍ଚଳରେ ଘାତକ ଆକ୍ରମଣ କରାଯାଇଥାଏ । ଏହାକୁ କ୍ଲଷ୍ଟର୍ ମ୍ୟୁନିସନ୍ ମଧ୍ୟ କୁହାଯାଇଥାଏ । ଏହି ବମକୁ ଫାଇଟର୍ ଜେଟ୍ କିମ୍ବା ମିଜାଇଲରେ ସାହାଯ୍ୟରେ ଟାର୍ଗେଟକୁ ହିଟ୍ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବମକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥିଲା । ବିମାନ ସାହାଯ୍ୟରେ ବଡ ବଡ ଅଞ୍ଚଳରେ ଏହି ବମକୁ ନିକ୍ଷେପ କରାଯାଇଥାଏ । ଏହି ବମ୍ ସାହାର୍ଯ୍ୟରେ ବଡ ବଡ ଅଞ୍ଚଳକୁ ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଥାଏ । ଗୋଟିଏ ବଡ ବମ୍ ଭିତରେ ଅନେକ ଛୋଟ ଛୋଟ ବମ୍ ଥିବାରୁ ଏହି ବମ୍ ବିଛାଡି ହୋଇ ଚାରିଆଡେ ପଡିଥାଏ । ଆଉ ବଡ ବିସ୍ଫୋରଣ ଘଟାଇଥାଏ । ଯାହାକୁ ନେଇ ଅନେକ ରାଷ୍ଟ୍ର ଆତଙ୍କିତ ଅବସ୍ଥାରେ ରହିଥାନ୍ତି