ଗୁଜରାଟରେ ପ୍ରବଳ ବର୍ଷା ପରେ ସବୁ ଆଡ଼େ ପାଣି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ।

173

କନକବ୍ୟୁରୋ: ଗୁଜୁରାଟରେ ପ୍ରଥମ ମୌସୁମୀ ବର୍ଷା ଆଣିଲା ବିତ୍ପାତ । ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା । ଚାରିଆଡେ ବର୍ଷାର ବିତ୍ପାତ ଲାଗିରହିଥିବା ବେଳେ ଗୁଜୁରାଟରେ ମଧ୍ୟ ଏହାର ପରିମାଣ ଦେଖାଦେଇଛି । ପ୍ରବଳ ବର୍ଷା କାରଣରୁ ଚାରିଆଡେ ଜଳମଗ୍ନ ହୋଇଛି ।

ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ଆଦି ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯା ଆସ କରୁଛନ୍ତି । ଅନେକ ସ୍ଥାନରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଲୋକଙ୍କ ଘର ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି ।