ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କଲେ ପୁଅ ବିଶାଲ: ଟ୍ୱିଟ୍ କରି ଅଯଥା ରାଜନୀତି ନକରିବାକୁ କଲେ ଅପିଲ୍ 

514

କନକ ବ୍ୟୁରୋ: ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି, କ୍ରାଇମ୍ବ୍ରାଂଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମ୍ବ୍ରାଂଚ୍କୁ ଦେଇ ସହଯୋଗ କରନ୍ତୁ । ଅଜଥା ବୟାନବାଜୀ କରି ରାଜନୀତି ନକରିବାକୁ କହିଛନ୍ତି ବିଶାଲ । ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୬ ମାସ ବିତି ସାରିଲାଣି ।