ଚଳନ୍ତା କାର ଭିତରେ ମା’, ଝିଅଙ୍କୁ ଗଣଦୁଷ୍କର୍ମ । ରାସ୍ତା କଡରେ ଫୋପାଡି ଦେଇ ଚାଲିଗଲେ ଦୁର୍ବୃତ୍ତ

2,755

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପାଶବିକତାର ସବୁ ସୀମା ପାର କରିଛନ୍ତି ଦୁର୍ବୃତ୍ତ । ଚଳନ୍ତା କାରରେ ମା’ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଫୋପାଡି ଦେଇ ଚାଲିଯିବା ଘଟଣା ପୁରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଉତ୍ତରାଖଣ୍ଡ ହରିଦ୍ୱାରରେ ଘଟିଛି ଏପରି ଅମାନବୀୟ ଘଟଣା । ରୁରକିର ଜଣେ ମହିଳା ରବିବାର ରାତି ସମୟରେ ଏକ ଧାର୍ମିକ ସ୍ଥଳରୁ ୬ ବର୍ଷର ଝିଅ ସହ ଘରକୁ ଫେରୁଥିଲେ । ସେହିବାଟରେ ଆସୁଥିବା ଜଣେ ଯୁବକ ସେମାନଙ୍କୁ କାରରେ ଲିଫ୍ଟ ଦେଇଥିଲେ । ହେଲେ କାର ଭିତରେ ଆଉ କିଛି ଯୁବକ ମଧ୍ୟ ଥିଲେ । ସମସ୍ତେ ମିଶି ମା’ ଝିଅଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ସେମାନଙ୍କୁ ରାସ୍ତା କଡରେ ଦୟନୀୟ ଅବସ୍ଥାରେ ଛାଡିଦେଇ ଚାଲିଯାଇଥିଲେ । ପୀଡିତା ମହିଳା ପାଖ ଥାନରେ ପହଞ୍ଚି ମାମଲା ଦାଏର କରିଥିଲେ ।

ମା’ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିିଗିଡିଯିବାରୁ ସେମାନଙ୍କୁ ରୁରକି ସିଭିଲ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ କରୁଥିଲେ ବି ଏଯାଏଁ କାହାରିକୁ ଧରିପାରିନାହିଁ ।