ମିଳୁନି ୟୂରିଆ ସାର : ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ; ବର୍ଷା ହେବାରୁ ଧାଡ଼ିରେ ରଖିଛନ୍ତି ଇଟା, ପଥର ଓ ଆଧାରକାର୍ଡ଼

188

କନକ ବ୍ୟୁରୋ : ସାର ପାଇଁ ଲାଇନ । ରାତି ଅନିଦ୍ରା ହୋଇ ରାତି ୨ଟାରୁ ଧାଡ଼ିରେ ଠିଆ ହୋଇଛନ୍ତି ଚାଷୀ । ବର୍ଷା ପାଇଁ କିଏ ପଲିଥିନ୍ ତ ଆଉ କିଏ ଇଟା, ପଥର. ଆଧାର କାର୍ଡ ରଖି ଲାଇନରେ ଚାହିଁ ବସିଛନ୍ତି । ଏବେ ଚାଷ ପାଇଁ ସାରର ଆବଶ୍ୟକତା ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଛି । ସୁନ୍ଦରଗଡ ମିଶନ ରୋଡ ଆରସିଏମଏସ ସେଣ୍ଟରରେ ୟୁରିଆ ସାର ବିକି ପାଇଁ କୁହାଯାଇଥିଲା । ଗତକାଲି ଲାଇନରେ ଠିଆ ହୋଇଥିଲେ ବି ଚାଷୀଙ୍କୁ ମିଳିନଥିଲା ସାର । ଆଜି ପୁଣି ସାର ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ଚାଷୀ ।