ଭାରତ ଅଧ୍ୟକ୍ଷତାରେ ହେବ ଜି-୨୦ ସମ୍ମିଳନୀ : ‌ଲୋଗୋ, ଥିମ୍ ଓ ୱେବସାଇଟ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

85

କନକ ବ୍ୟୁରୋ : ଡିସେମ୍ବର ୧ରେ ଭାରତ ଜି-୨୦ ସମ୍ମିଳନୀ ପାଇଁ ଅଧକ୍ଷତା କରିବ । ଏଥିପାଇଁ ମଙ୍ଗଳାବାର ଅପରାହ୍ନରେ ଲୋଗୋ, ଥିମ୍ ଓ ୱେବସାଇଟ୍ ଉନ୍ମୋଚନ ହୋଇଛି । ଭିଡିଓ କନଫେରନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଲୋଗୋ ଦେଶର ବାର୍ତ୍ତା ଏବଂ ବିଶ୍ୱକୁ ଅଧିକ ପ୍ରାଥମିକତା ପ୍ରତିପାଦନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜି-୨୦ ହେଉଛି ଏଭଳି ଦେଶ ସମୂହ. ଯେଉଁଠି ଅର୍ଥନୈତିକ ସାମର୍ଥ୍ୟ ବିଶ୍ୱ ଜିଡିପିର ୮୫ ପ୍ରତିଶତ ପ୍ରତିନିଧିତ୍ୱ କରୁଛି ।

ଜି-୨୦ ହେଉଛି ୨୦ଟି ଦେଶର ଏକ ଗୋଷ୍ଠୀ । ଭାରତ ଏଥିରେ ନେତୃତ୍ୱ ନେବାକୁ ଯାଉଛି । ଜି-୨୦ ପାଇଁ ଉନ୍ମୋଚନ ହୋଇଥିବା ଲୋଗୋ ବସୁଧୈବ କୁଟୁମ୍ବକମକୁ ପ୍ରତିନିଧିତ୍ୱ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏ ଲୋଗୋ କେବଳ ଏକ ପ୍ରତୀକ ନୁହେଁ, ଏହା ଏକ ବାର୍ତ୍ତା, ଭାବନା, ଓ ଏକ ସଂକଳ୍ପ । ଏହି ଲୋଗୋ ଏବଂ ଥିମ୍ ମାଧ୍ୟମରେ ଭାରତ ଏକ ବାର୍ତା ଦେଇଛି, ତାହା ହେଉଛି, ଯୁଦ୍ଧରୁ ମୁକ୍ତି ପାଇଁ ବୃଦ୍ଧଙ୍କ ବାର୍ତା ଆପଣାଇବା, ହିଂସା ପ୍ରତିରୋଧ ପାଇଁ ମହାତ୍ମାଗାନ୍ଧୀଙ୍କ ସମାଧାନ ଆପଣାଇବା । ଜି-୨୦ ମାଧ୍ୟମରେ ଭାରତ ବିଶ୍ୱ ପ୍ରତିଷ୍ଠା ପାଇଁ ନୂତନ ଶକ୍ତି ଦେଉଛି ।