‘ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ’ । ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍

297

କନକ ବ୍ୟୁରୋ: ମୁମ୍ବାଇରେ ଚାଞ୍ଚଲ୍ୟ । ମୁମ୍ବାଇର ସବୁଠୁ ବଡ ତାଜ୍ ହୋଟେଲକୁ ୨ ଜଣ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଆଲର୍ଟ ହୋଇଛି ମୁମ୍ବାଇ ପୁଲିସ ସହ ସୁରକ୍ଷା ବଳ ।

ସୂଚନା ଅନୁସାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଏକ ଅଜ୍ଞାତ କଲ ଆସିଥିଲା । ଏଥିରେ କେହି କହିଥିଲା ଯେ, ୨ ଜଣ ପାକିସ୍ତାନୀ ସମୁଦ୍ର ପଥରେ ଆସି ମୁମ୍ବାଇରେ ପହଞ୍ଚିବା ପରେ ସବୁଠାରୁ ବଡ ହୋଟେଲ ତାଜ୍ ହୋଟେଲକୁ ବିସ୍ଫୋରଣ କରି ଉଡାଇଦେବେ । କଲ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ମୁକେଶ ସିଂ ଭାବେ ଦେଇଥିଲେ । ତେବେ ଯାଞ୍ଚରୁ ଜଣାପଡିଛି ଯେ ବ୍ୟକ୍ତିଙ୍କର ପ୍ରକୃତ ନାଁ ଜଗଦମ୍ବା ପ୍ରସାଦ ସିଂ । ୩୫ ବର୍ଷୀୟ ଜଗଦମ୍ବା ଉତ୍ତରପ୍ରଦେଶର ଗୋଣ୍ଡା ସାନ୍ତାକ୍ରୁଜର ବାସିନ୍ଦା ।

୨୦୦୮ରେ ତାଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ କୌଣସି ଆକ୍ରମଣର ଆଶଙ୍କା ଦେଖାଗଲେ ସୁରକ୍ଷା ବଳ, ଓ ଇଣ୍ଟେଲିଜେନ୍ସ ଏଜେନ୍ସି ଆଲର୍ଟ ହୋଇଯାଉଛନ୍ତି । ଆଜି ମଧ୍ୟ ପୁରା ଇଲାକାରେ ଆଲର୍ଟ ଜାରି କରାଯାଇଛି ।