ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବାରୁ ଟ୍ୱିଟରର ବଡ଼ ନିଷ୍ପତ୍ତି : ବାତିଲ ହେଲା ବ୍ଲୁ ଟିକ୍ ସବସ୍କ୍ରିପସନ୍

215

କନକ ବ୍ୟୁରୋ : ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବାରୁ ଟ୍ୱିଟର୍ ୮ଡଲାର ସବସ୍କ୍ରିପସନ୍ କାର୍ଯ୍ୟକ୍ରମକୁ ବନ୍ଦ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ନାମରେ ନକଲି ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବ୍ଲୁ ଟିକ୍ ସବସ୍କ୍ରିପସନ୍ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି କମ୍ପାନୀର ମାଲିକ ଏଲନ ମସ୍କ ଘୋଷଣା କରିଥିଲେ । ଯାହା ପରଠାରୁ ନକଲି ଆକାଉଣ୍ଟ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏହାକୁ ରୋକିବା ପାଇଁ ବର୍ତ୍ତମାନ ୮ଡଲାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ  ଆୟ ବଢ଼ାଇବାରେ ବିଫଳ ହେଲେ, ଟ୍ୱିଟର ଦେବାଳିଆ ସ୍ଥିତିକୁ ଆସିବାର ଆଶଙ୍କା ରହିଥିବା ମସ୍କ କହିଛନ୍ତି । କର୍ମଚାରୀମାନଙ୍କୁ ଇ-ମେଲ ଜରିଆରେ ଏହି ସୂଚନା ଦେଇଛନ୍ତି ମସ୍କ । କମ୍ପାନୀରେ ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥାକୁ ବନ୍ଦ କରାଯାଇଥିବା ବେଳେ ସପ୍ତାହକୁ ୪୦ଘଣ୍ଟା ଅଫିସରେ ରହି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ କିଛି କର୍ମଚାରୀ ବିରୋଧ କରିଥିବା ଜଣାପଡ଼ିଥିଲା ।