ବଦଳିଲା ତୁର୍କୀର ନାଁ । ମିଳିଲା ଜାତିସଂଘର ଅନୁମୋଦନ

702

କନକ ବ୍ୟୁରୋ: ଜାତିସଂଘ ପରିବର୍ତ୍ତନ କରିବାକୁ ତୁର୍କୀର ଅନୁରୋଧକୁ ଗ୍ରହଣ କରିଛି । ବର୍ତ୍ତମାନ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) ଭାବେ ପରିଚିତ ହେବ । ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ତୁର୍କୀ(Turkey) ବଦଳରେ ତୁର୍କୀୟେ ଏହାପୂର୍ବରୁ ମଙ୍ଗଳବାର ଦିନ ତୁର୍କୀର ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନକୁ ଚିଠି ଲେଖିବା ବିଷୟରେ ସୂଚନା ଦେଇଥିଲେ । ଚିଠିରେ ଲେଖାଥିଲା, ‘ଆମେ, ଯୋଗାଯୋଗ ନିର୍ଦ୍ଦେଶାଳୟ ସହିତ ମିଶି ଏଥିପାଇଁ ଏକ ଭଲ ଭିତ୍ତିଭୂମି ସୃଷ୍ଟି କରିବାରେ ସକ୍ଷମ ହେଲୁ । ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥାରେ ଆମେ ଆମର ନାମ ପରିବର୍ତ୍ତନ କରିଛୁ ।’

ଏହାପୂର୍ବରୁ ମଙ୍ଗଳବାର ତୁର୍କୀର ବୈଦେଶୀକ ମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଙ୍ଗଠନକୁ ଚିଠି ଲେଖିବା ନେଇ ସୂଚନା ଦେଇଥିଲେ । ଏହା ପୂର୍ବରୁ ଡିସେମ୍ବରରେ ତୁର୍କୀ ରାଷ୍ଟ୍ରପତି ରେଚପ୍ ତୈୟପ୍ ଏର୍ଦୋଗନ୍ ତାଙ୍କ ଦେଶବାସୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ଭାଷାରେ ତୁର୍କୀୟେ ନାମ ବ୍ୟବହାର କରିବାକୁ କହିଥିଲେ । ସେ କହିଛନ୍ତି ଯେ, ତୁର୍କୀୟେ ଶବ୍ଦ ତୁର୍କୀ ରାଷ୍ଟ୍ରର ସଂସ୍କୃତି, ସଭ୍ୟତା, ଏବଂ ମୂଲ୍ୟବୋଧକୁ ସର୍ବୋତ୍ତମ ପ୍ରତିଫଳିତ କରିଥାଏ । ଏହାସହ ଏର୍ଦୋଗନ୍ କମ୍ପାନୀଗୁଡିକୁ ରପ୍ତାନୀ କରୁଥିବା ସମସ୍ତ ଜିନିଷ ଉପରେ ‘ମେଡ୍ ଇନ୍ ତୁର୍କୀୟେ’ ଲେଖିବାକୁ କହିଥିଲେ ।