ମହଙ୍ଗା ପଡ଼ିଲା ହସମନି : କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଟ୍ରମ୍ପଙ୍କୁ ଗିରଫ କଲା ପୁଲିସ; ଘଣ୍ଟାଏ ପରେ ମିଳିଲା ଜାମିନ୍

202

କନକ ବ୍ୟୁରୋ : ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାରଙ୍କ ସମ୍ପର୍କ ଓ ଲାଞ୍ଚ ଦେଇ ମୁହଁ ବନ୍ଦ କରିବା ଘଟଣା । କୋର୍ଟରେ ଆତ୍ମସର୍ପଣ ପୂର୍ବରୁ ଗିରଫ ଗଲା ପୁଲିସ । ହେଲେ ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ୍ । ଅପରାଧିକ ମାମଲା ସାମ୍ନା କରିବାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେଉଛି ଡୋନାଲ୍ଡ ଟ୍ରମ୍ପ । ଜାମିନ ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ । ଆମେରିକାର ମେନହାର୍ଟନ୍ କୋର୍ଟକୁ ହାଜର ହେବାକୁ ଯିବା ସମୟରେ ଡୋନାଲ ଡ୍ରମ୍ପ ଆତ୍ମସମର୍ପଣ କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଗତ ୩୦ ତାରିଖରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ନଜର ପକାନ୍ତୁ କେମିତି ଫଶିଗଲେ ଡୋନାଲ୍ଡ ଟ୍ରମ୍ପ । ୨୦୦୬ ମସିହାର କଥା । ଆମେରିକାରେ ଚାଲିଥିଲା ଗଲ୍ଫ ଟୁର୍ଣ୍ଣାମେଣ୍ଟ । ଗଲ୍ଫ ଟୁର୍ଣ୍ଣାମେଣ୍ଟ ସମୟରୁୁ ଆରମ୍ଭ ହୋଇଥିଲା ବିବାଦ । ଟୁର୍ଣ୍ଣାମେଣ୍ଟ ସରିବା ପରେ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଡାକିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏପରିକି ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଷ୍ଟର୍ମି ଡାନିଏଲ ଦାବି କରିଥିଲେ । କିନ୍ତୁ ଅସଲ ବିବାଦ ଆରମ୍ଭ ହୋଇଥିଲା, ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପୂର୍ବରୁ ୨୦୧୬ରେ । ସେତେବେଳେ ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ ରଖିବାକୁ ୧.୩୦ ଲକ୍ଷ ଡଲାର ଦେଇଥିଲେ । ଆଉ ତାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ନେଇ ପ୍ରଚାର ନକରିବାକୁ କହିଥିଲେ । ଏହି ଟଙ୍କା ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଡାନିଏଲଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସେହି ଟଙ୍କାଙ୍କୁ ଆଇନଗତ ଭାବେ ତାଙ୍କ ଓକିଲଙ୍କୁ ଦେଇଥିବା ଦର୍ଶାଇଥିଲେ । ଯାହାକୁ ପରବର୍ତ୍ତୀ ସମୟରେ କୋର୍ଟରେ ମାନି ଯାଇଥିଲେ ଟ୍ରମ୍ପଙ୍କ ଓକିଲ । ଆଉ ସତ ପଦାକୁ ଆସିଥିଲା । ଟ୍ରମ୍ପ ମିଛ କହିଥିବା ଧରାପଡି ଯାଇଥିଲା । ତାପରେ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁକ୍ତ କରିଛନ୍ତି । ଆଉ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।