ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେଲା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ।  ଗଛ ଲଗାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

89

କନକ ବ୍ୟୁରୋ:  ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ । ଗଛ ଲଗାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମହିଳା । ମୋଟ ଉପରେ ସାଢେ ୪ କୋଟି ଗଛ ଲଗାଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାଙ୍କ’ ନାରେ ଗଛଟିଏ କାର୍ଯ୍ୟକ୍ରମର ଭୁବନେଶ୍ୱରରେ ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ହର୍ଟି କଲଚର, ଏଗ୍ରି କଲଜର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛଗୁଡିକୁ ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ । ସେମାନେ ୭ ଦିନ ମଧ୍ୟରେ ଅଢେଇ କୋଟି ଗଛ ଲଗାଇବେ । ନିଜ ବାଡି ଅବା ରାସ୍ତା କଡ଼ରେ ଗଛ ଲଗାଯିବ । ଆଉ ଯିଏ ଯେଉଁ ଗଛ ଲଗାଇବ ସେହି ଗଛକୁ ନିଜ ମା ଭାବି ଗଛର ଯତ୍ନ ନେବେ । ଜଳବାୟୁ ପରିବର୍ତନ ପ୍ରଭାବରୁ ବଂଚିବା ଏବଂ ପରିବେଶ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।