ରାଷ୍ଟ୍ରପତିଙ୍କୁ ମମତାଙ୍କ ମନ୍ତ୍ରୀଙ୍କ ତାତ୍ସଲ୍ୟ : ଆପତ୍ତିଜନକ ଟିପ୍ପଣୀ ରଖିଲେ ମନ୍ତ୍ରୀ ଅଖିଲ ଗିରି, ଭିଡିଓ ଭାଇରାଲ୍ ପରେ ଟିଏମସିକୁ ଘେରିଲା ବିଜେପି

278

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ।

ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଇରାଲ ଭିଡିଓ ନନ୍ଦିଗ୍ରାମରେ ଏକ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳେ କୁହାଯାଉଛି । ଲୋକମାନେ ଘେରି ରହିଥିବା ଏହି ଭାଇରାଲ ଭିଡିଓରେ ମନ୍ତ୍ରୀ ଅଖିଲ ଗିରି ବଙ୍ଗଳା ଭାଷାରେ ତାଙ୍କ ଚେହେରାକୁ ନେଇ ରାଷ୍ଟ୍ରପତିଙ୍କୁ ଅପମାନିତ କରୁଥିବା ଶୁଣିବାକୁ ମିଳୁଛି । ପଶ୍ଚିମବଙ୍ଗ ବିଜେପି ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।