ସାଉଦି ଆରବର ଦାଦନ ଯନ୍ତ୍ରଣାର କରୁଣ ଚିତ୍ର: କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ତିନି ଶ୍ରମିକ

208

କନକ ବ୍ୟୁରୋ: ସାଉଦିଆରବରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଚିତ୍ର । କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ୩୦ ଶ୍ରମିକ । ନିଜ ଯନ୍ତ୍ରଣାର ଛାତିଥରା କାହାଣୀ ଭିଡିଓ ମାଧ୍ୟମରେ ଜଣାଇ ସେଠାରୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ସାଉଦୀ ଆରବର ଏକ କମ୍ପାନୀରେ କାମ କରିବା ପାଇଁ ଓଡ଼ିଶାର ୩୦ଜଣ ଓ ଆନ୍ଧ୍ର ପ୍ରଦେଶର ୧୦ ଜଣ ଶ୍ରମିକ ଯାଇଥିଲେ । କମ୍ପାନୀ ଏମାନଙ୍କୁ ୬ମାସ ଭିସା ଦେବା ସହ ଗୋଟିଏ ବର୍ଷ କାମ କରିବା ପାଇଁ ଚୁକ୍ତି ମଧ୍ୟ କରିଥିଲା । କିନ୍ତୁ ବର୍ତମାନ ଚୁକ୍ତି ସରିଯିବା ପରେ ସେମାନଙ୍କୁ ଭାରତ ପଠାଇବାର କୌଣସି ବ୍ୟବସ୍ଥା କରୁନାହିଁ କମ୍ପାନୀ । ଏପରିକି ସେମାନେ ଯାହା ଦରମା ପାଇବା କଥା ତାହା ମଧ୍ୟ ଠିକ୍ ଭାବରେ ମିଳିନଥିବା ନେଇ ଭିଡିଓରେ କହିଛନ୍ତିି ଶ୍ରମିକ ।