ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି: ମୋହନ ମାଝୀ ଓ ତାରା କହିଲେ, ନବଙ୍କ ସ୍ତ୍ରୀ ଓ ପୁଅଙ୍କ ଯାହା କହିଲେ ସତ

408

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଚାର୍ଜସିଟକୁ ନେଇ ସମାଲୋଚନା କରିଛନ୍ତି । ମୋହନ ମାଝୀ କହିଛନ୍ତି, ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ । ଗୋପାଳ ପାଖରୁ ତଦନ୍ତ ଆରମ୍ଭ କରି ଗୋପାଳ ପାଖରେ ତଦନ୍ତ ଶେଷ କରିଛି କ୍ରାଇମବ୍ରାଂଚ । ତାରା ପ୍ରସାଦ ବାହିନୀପତି କହିଛନ୍ତି, ନବ ଦାସଙ୍କ ବହୁତ ଶତ୍ରୁ ଥିଲେ ତାହା ସତ୍ୟ । ନବ ଦାସଙ୍କ ପୁଅ ଓ ସ୍ତ୍ରୀ ଯାହା କହିଛନ୍ତି ତାକୁ ଗୁରୁତର ସହ ନେବା ଦରକାର । ତଦନ୍ତର ମୋଡ ବଦଳା ଯାଇଛି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା । କହିଛନ୍ତି, ତଦନ୍ତର ସବୁ କଥା ଲୋକଲୋଚନକୁ ଆସି ସାରିଛି । ଚାର୍ଜସିଟରେ ଷଡଯନ୍ତ୍ରର ଦିଗ ନାହିଁ ମାନେ ଷଡଯନ୍ତ୍ର ହୋଇନାହିଁ । ବିଜେପି କହିବ କାରଣ ତା ପାଖରେ ଆଉ କିଛି କାମ ନାହିଁ ।