ପୋଲିସ-ଜନତାଙ୍କ କଥା କଟାକଟି: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୃଷ୍ଣପ୍ରସାଦ ଥାନା ଘେରାଉ କଲେ ଉତ୍ୟକ୍ତ ଗ୍ରାମବାସୀ

116

କନକ ବ୍ୟୁରୋ: ପୁଲିସ ଜନତା କଥାକଟାକଟି । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲେ ପୋଲିସ ଅଧିକାରୀ । ଆଜି ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଘେରାଉ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ପୋଲିସ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ କଥାକଟାକଟି ହୋଇଥିଲା । ଏହାକୁ ନେଇ ଥାନା ପରିସରରେ ଉତେଜନା ଦେଖିବାକୁ ମିଳିଛି । ଗତ ଜୁନ ୨୬ ରାତିରେ ଗୁନା ସାହୁଙ୍କୁ ହତ୍ୟା କରାଯାଇଥିଲା । ଘଟଣାର ୧୬ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଫେଲ ମାରିଛି କୃଷ୍ଣ ପ୍ରସାଦ ଥାନା ପୋଲିସ । ଏହାର ପ୍ରତିବାଦରେ ନ୍ୟାୟ ପାଇଁ ମୁଣ୍ଡାବର ଗାଁର ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିବା ସହ ଥାନା ଆଗରେ ଧାରଣା ଦେଇଥିଲେ । ଏଥିସହ ମାଲୁଦ-କୃଷ୍ଣପ୍ରସାଦ ରାଜରାସ୍ତାକୁ ଅବରୋଧ କରି ନ୍ୟାୟ ଦାବିରେ ଅଡି ବସିଥିଲେ । ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନ କରିଛି ସେ ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦି ଧରିଛନ୍ତି ମୁଣ୍ଡାବର ଗ୍ରାମବାସୀ ।